Monday, October 27, 2014

Champa fula tie paili ଚମ୍ପା ଫୁଲଟିଏ ପାଇଲି

Champa fula tie paili bana haladi praye

Nandita Ghosh



ଚମ୍ପା ଫୁଲଟିଏ ପାଇଲି ବନ ହଳଦୀ ପ୍ରାୟେ
ସେହି ଫୁଲଟିକୁ ଦେବାକୁ ମନେ ମୁଁ ଖୋଜୁଥାଏ।
ସେ ଫୁଲ ମହକ ଅଭୁଲା
ରଙ୍ଗ ତାର କରେ ବାଉଳା 
ସେ ଫୁଲ ପାଇବ ଯିଏ ଗୋ ସବୁ ପାଇଲା ସିଏ। ଚମ୍ପା ଫୁଲଟିଏ...

କେତେ ଆଖି ଲାଖି ରହିଲା ଦେଇନାହିଁ କାହାକୁ
ଏତେ ମନ ଖୋଜି ବୁଲିଲା ଦେଲି ଫେରାଇ ତାକୁ
ସେ ଫୁଲ ପାଇବ ଯିଏ ଗୋ ମୁଁ ତାର ପଥ ଚାହେଁ। ଚମ୍ପା ଫୁଲଟିଏ...

ଚାହିଁବା ତ ଦିନେ ସରିବ
ଦିନେ ନା ଦିନେ ସେ ମିଳିବ
ଶିବ ଦରଶନ କରିବି କାନ୍ତ ଆସିବା ଯାଏ। ଚମ୍ପା ଫୁଲଟିଏ...



#ଅପାଶୋରାରେଡ଼ିଓଗୀତ #ଓଡ଼ିଆପଲ୍ଲୀସ୍ଵରଗୀତ 

No comments:

Post a Comment